ରିପୋର୍ଟ କାର୍ଡ / ହାଇଦ୍ରାବାଦ
ଜୁନ୍ ୨୦ ଯାଏ ବଢ଼ିଲା ଆନ୍ଧ୍ରପ୍ରଦେଶର କରୋନା କର୍ଫ୍ୟୁ | ଏନେଇ ଆନ୍ଧ୍ରପ୍ରଦେଶ ସରକାର ଘୋଷଣା କରିଛନ୍ତି । ସୋମବାର ପୂର୍ବରୁ ଜାରି ରହିଥିବା କରୋନା କର୍ଫ୍ୟୁ ଅବଧିକୁ ଜୁନ୍ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ କରୋନା କର୍ଫ୍ୟୁ ବଢିବା ସହିତ କଟକଣାକୁ କିଛିଟା କୋହଳ ମଧ୍ୟ କରାଯାଇଛି। ନୂତନ ଆଦେଶ ଅନୁଯାୟୀ, ସକାଳ ୬ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣାରେ କୋହଳ କରାଯିବ। ଏହାସହିତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସକାଳ ୮ ଟାରୁ ୨ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି |






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..