ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ନିବେଶକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ନିବେଶକଙ୍କୁ ଆହ୍ୱାନ କରିବେ ପ୍ରଧାନମନ୍ତ୍ରୀ । ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଓ ଗୁଜରାଟ ସରକାର ମିଳିତ ଭାବେ ଏହି ସମ୍ମିଳନୀ ଆୟୋଜନ କରୁଛନ୍ତି । ଏହାସହ ସେ୍ୱଚ୍ଛାକୃତ ବାହାନଭେଳା (ଭେଇକିଲ୍) ଆଧୁନିକୀକରଣ ବା ସ୍କ୍ରାପିଂ ନୀତି ଅନୁସାରେ ବାହାନ ଭିତ୍ତିଭୂମି ପ୍ରତିଷ୍ଠା ସକାଶେ ନିବେଶକଙ୍କୁ ମୋଦି ଆହ୍ୱାନ କରିବେ । ଉକ୍ତ ସମ୍ମିଳନୀରେ ସମ୍ଭାବ୍ୟ ନିବେଶକ, ଶିଳ୍ପ ବିଶେଷଜ୍ଞ, ସମ୍ପର୍କିତ କେନ୍ଦ୍ର ଓ ରାଜ୍ୟ ସରକାର ମନ୍ତ୍ରଣାଳୟ ଭାଗ ନେବେ । ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ବାହାନଭେଳା(ଭେଇକିଲ୍) ଆଧୁନିକୀକରଣ ବା ସ୍କ୍ରାପିଂ ନୀତିର ଲକ୍ଷ୍ୟ ହେଉଛି, ଅନୁପଯୁକ୍ତ ଓ ପ୍ରଦୂଷଣ କରୁଥିବା ଯାନବାହାନଗୁଡ଼ିକୁ ପର୍ଯ୍ୟାୟ କ୍ରମେ ହଟାଇ ଇକୋ ସିଷ୍ଟମ ସୃଷ୍ଟି କରିବା । ସ୍ୱୟଂକ୍ରିୟା ପରୀକ୍ଷଣ କେନ୍ଦ୍ର ଓ ସାରା ଦେଶରେ ପଞ୍ଜିକୃତ ବାହାନ ସ୍କ୍ରାପିଂ ସୁବିଧା ମାଧ୍ୟମରେ ସ୍କ୍ରାପିଂ ଭିତ୍ତିଭୂମି ସୃଷ୍ଟି କରିବା ଏହି ନୀତିର ଉଦ୍ଦେଶ୍ୟ ।
Discussion about this post