ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୂଆ ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ୍ କ୍ଲାସ୍ । ୨ରୁ ୩ ମାସ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରିଭିଜନ୍ କ୍ଲାସ୍ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ପୁରୁଣା କ୍ଲାସ୍ର ପାଠ ରିଭିଜନ୍ କରାଯିବ | ଛାତ୍ରଛାତ୍ରୀଙ୍କ ଦକ୍ଷତା ସ୍ତର ବୃଦ୍ଧି ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ। ପୂର୍ବରୁ କରୋନା ପାଇଁ ପାଠପଢ଼ା ବ୍ୟାଘାତ ହୋଇଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ ଘୋଷଣା କରାଯାଇଥିଲା । ପ୍ରଥମରୁ ଅଷ୍ଟମ ଯାଏ ସବୁ ପିଲା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ କ୍ଲାସ୍କୁ ଉତ୍ତୀର୍ଣ୍ଣ ହେବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ।





More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..