ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଜି -୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ସାରା ବିଶ୍ୱକୁ ପ୍ରଧାନମନ୍ତ୍ରୀ ‘ୱାନ ଆର୍ଥ ୱାନ ହେଲଥ’ର ମନ୍ତ୍ର ଦେଇଥିଲେ। ଏହି ମହତ ମନ୍ତବ୍ୟକୁ ଜର୍ମାନୀ ଚାନସେଲର ଆଞ୍ଜେଲା ମର୍କେଲଙ୍କ ସମେତ ଅନ୍ୟ ରାଷ୍ଟ୍ରର ମୁଖ୍ୟ ସ୍ୱାଗତ କରିଛନ୍ତି। ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାରତ କିଭଳି କରୋନା ବିରୋଧରେ ଲଢ଼େଇ କଲା ସେବିଷୟରେ କହିଥିଲେ । ଭାରତ ଏକ ସମଗ୍ର ସମାଜ ଭାବରେ ମହାମାରୀ ବିରୋଧରେ ଲଢ଼ଛି । ଯେଉଁଥିରେ ସରକାର, ଶିଳ୍ପ ଜଗତ ଓ ସାଧାରଣ ନାଗରିକ ସମାନ ଭୂମିକା ନିର୍ବାହ କରିଛନ୍ତି । ଜି-୭ ରେ ଦୁନିଆର ସବୁଠୁ ବିକଶିତ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକା, ଫ୍ରାନ୍ସ, କାନାଡା, ବ୍ରିଟେନ, ଜର୍ମାନୀ, ଜାପାନ ଓ ଇଟାଲୀ ଅଛନ୍ତି । ଗତ ଦୁଇ ଦିନ ଧରି ଚାଲିଥିବା ଏହି ଶିଖର ସମ୍ମିଳନୀରେ କରୋନା ମହାମାରୀକୁ ରୋକିବା ଓ ବିଶ୍ୱ ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଆଣିବା ଦିଗରେ ସାମୁହିକ ଉପାୟ ଉପରେ ବିଚାରବିମର୍ଶ କରାଯାଉଛି ।





More Stories
ସାବଧାନ,ବଜାରରେ ମିଳିଲାଣି ନକଲି ଆଳୁ!……
ଆଜି ସିଏମଏସ-୩ ଉପଗ୍ରହ ଉତ୍କ୍ଷେପଣ……
ସ୍କୁଲରେ ୨୨ ଛାତ୍ରୀଙ୍କୁ ଯୌନ ନିର୍ଯାତନା,ପ୍ରିନ୍ସପାଲଙ୍କ ସମେତ ୩ ଗିରଫ……