Report Card Odisha

| Daily Odia News

ଆସନ୍ତାକାଲିଠାରୁ ପ୍ରାଥମିକ ସ୍କୁଲ୍‌ ବନ୍ଦ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାତୀୟ ରାଜଧାନୀ ଦିଲ୍ଲୀରେ ପାଲଟି ଯାଇଛି ବିଷ ସହର | ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ଦେଖା ଦେଇଛି | ତେଣୁ ଆସନ୍ତାକାଲିଠାରୁ ଦିଲ୍ଲୀରେ ପ୍ରାଥମିକ ବିଦ୍ୟାଳୟ ସବୁ ବନ୍ଦ ରହିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି। ‘ସିଷ୍ଟମ୍‌ ଅଫ୍‌ ଏୟାର୍‌ କ୍ବାଲିଟି ଆଣ୍ଡ୍‌ ୱେଦର୍‌ ଫୋର୍‌କାଷ୍ଟିଙ୍ଗ୍‌ ଆଣ୍ଡ୍‌ ରିସର୍ଚ’ (ସଫର୍‌) ଡାଟା ଅନୁସାରେ, ଆଜି କ୍ରମାଗତ ଦ୍ବିତୀୟ ଦିନରେ ବି ଦିଲ୍ଲୀର ‘ଏୟାର୍‌ କ୍ବାଲିଟି ଇଣ୍ଡେକ୍ସ୍’ ‘ସିଭିୟର୍‌’ (ଅତି ଉତ୍କଟ) ରହିଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ଙ୍କ ଉପସ୍ଥିତିରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ କହିଛନ୍ତି, ଆଗାମୀକାଲିଠାରୁ ପ୍ରାଥମିକ ବିଦ୍ୟାଳୟ ସବୁ ବନ୍ଦ ରହିବ ଏବଂ ୫ମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ଶ୍ରେଣୀ ଗୃହ ବାହାରେ ଥିବା କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯିବ। ଏହାଛଡ଼ା, କେଜ୍ରିୱାଲ୍‌ କହିଛନ୍ତି ଯେ, ଜାତୀୟ ରାଜଧାନୀର ବାୟୁ ପ୍ରଦୂଷଣ ଏବଂ ବାୟୁ ମାନ‌ର ଅବକ୍ଷୟ କେବଳ ଜାତୀୟ ରାଜଧାନୀର ସମସ୍ୟା ନୁହେଁ। କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ବୁଝାଶୁଝା କରିବା ଉଚିତ। ଏହା କେବଳ କୃଷିପ୍ରଧାନ ରାଜ୍ୟ ପଞ୍ଜାବ ଅଥବା ଦିଲ୍ଲୀ ମଧ୍ୟରେ ସୀମିତ ନୁହେଁ। ଏହା କେବଳ କୃଷିପ୍ରଧାନ ରାଜ୍ୟ ପଞ୍ଜାବ ଅଥବା ଦିଲ୍ଲୀ ମଧ୍ୟରେ ସୀମିତ ନୁହେଁ। ଏଥିପାଇଁ ପଞ୍ଜାବ ଓ ଦିଲ୍ଲୀର ‘ଆପ୍‌’ ସରକାର ସମ୍ପୂର୍ଣ୍ଣ ଦାୟୀ ନୁହନ୍ତି। ଦିଲ୍ଲୀ ବାୟୁ ମାନ ପାଇଁ କେନ୍ଦ୍ର ସରକାର ଦୋଷ ଲଦାଲଦି ବ୍ୟାପାର ପରିତ୍ୟାଗ କରିବା ଉଚିତ। ଏହା ଦୋଷ ଦିଆଦେଇ ଓ ରାଜନୀତି କରିବାର ସମୟ ନୁହେଁ। ଏହାଦ୍ବାରା ସମସ୍ୟାର ସମାଧାନ ବାହାରିବ ନାହିଁ ବୋଲି ସେ କହିଛନ୍ତି।

Breaking News