ରିପୋର୍ଟ କାର୍ଡ / ସୁରଟ
ଗତ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ବୋଲି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଗୁଜରାଟ ସୁରଟ କୋର୍ଟରେ ରାହୁଲ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ୨୦୧୯ ଏପ୍ରିଲ୍ ୧୩ରେ କର୍ନାଟକର କୋଲାରଠାରେ ଏକ ନିର୍ବାଚନ ରାଲିରେ ରାହୁଲ କହିଥିଲେ ଯେ, ଲଳିତ ମୋଦି, ନୀରବ ମୋଦି, ନରେନ୍ଦ୍ର ମୋଦିଙ୍କ ଉପନାମ (ସରନେମ୍) ଏପରି ହୋଇଛି, କାରଣ ‘ସବୁ ମୋଦି ଚୋର’। ଏହାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିରୋଧ କରାଯାଇଥିଲା। ଭାଜପା ବିଧାୟକ ପୂର୍ଣ୍ଣିମା ମୋଦି ଏନେଇ ଏକ ମାମଲା ଦାଏର କରିଥିଲେ। ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ବି.ଏଚ୍. କପାଡ଼ିଆ ପୂର୍ଣ୍ଣିମାଙ୍କ ଅଭିଯୋଗ ସ୍ବୀକାର କରି ରାହୁଲଙ୍କୁ ସମନ ଜାରି କରିଥିଲେ। ଏହାର ଶୁଣାଣି ପାଇଁ ରାହୁଲ ସୁରଟ କୋର୍ଟରେ ପହଞ୍ଚି ନିଜର ବୟାନ ରେକର୍ଡ କରିଛନ୍ତି।






More Stories
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..