ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିଜେ ଉପାସରେ ରହି ଖାଇବାକୁ ଦେଉଥିଲା ମାଆ । ମନ ପସନ୍ଦର ଜିନିଷ ବନାଇ ଖାଇବାକୁ ନ ଦେବାରୁ ମାଆକୁ ପିଶାଚ ପୁଅ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଞ୍ଚାୟତ ତାଳପଦା ଗାଁରେ। ମୃତ ମହିଳା ଜଣଙ୍କ ବାସନ୍ତି ମହାନ୍ତି। ପୋଲିସ ଅଭିଯୁକ୍ତ ପୁଅ ଅରୁଣ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗତକାଲି ରାତିରେ ଅରୁଣ ମଦ୍ୟପାନ କରି ଘରକୁ ଆସିଥିଲା। ମନ ପସନ୍ଦର ଜିନିଷ ବନାଇ ଖାଇବାକୁ ଦେବାକୁ କହିଥିଲା ପୁଅ। ଏହାକୁ ନେଇ ମା’ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଅରୁଣ ଉତ୍କ୍ଷିପ୍ତ ହୋଇ ମା’ର ତଣ୍ଟି ଚିପି ଦେଇଥିଲା। ବାସନ୍ତୀଙ୍କୁ ତଣ୍ଟି ଚିପୁଥିବା ଦେଖି ଅରୁଣଙ୍କ ସ୍ତ୍ରୀ ଆସି ଛଡ଼ାଇଥିଲେ। ଅରୁଣ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ମାରଧର କରିଥିଲେ। ଘଟଣାସ୍ଥଳରେ ବାସନ୍ତୀଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସଂପର୍କରେ ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
More Stories
ବାଣ ଗୋଦାମରେ ବିସ୍ଫୋରଣ, ୫ ଗୁରୁତର…..
ପୋଲ ତଳକୁ ଖସିଲା ବସ୍,୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ…..
ଲକ୍ଷ୍ମୀ ବସ୍-ହାଇୱା ମୁହାଁମୁହିଁ ଧକ୍କା….