ଚେନ୍ନାଇ: ବଲିଉଡ ଅଭିନେତ୍ରୀରୁ ମାଛଧରାଳି ସାଜିଲେ ସନ୍ନି ଲିଓନି । ନଦୀ ମଝିରେ ଡଙ୍ଗାରେ ବସି ପାରମ୍ପପାରିକ ମାଛଧରାଳି ଲୁକରେ ଆସିଲେ ନଜର । ତାଙ୍କୁ ପୁରାପୁରି ସାଉଥ ଇଣ୍ଡିଆନ ଗେଟଅପରେ ଦେଖିବାକୁ ମିଳିଛି । ତାଙ୍କର ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ସନ୍ନିଙ୍କ ସୁଇମିଂ ପୁଲରେ ଜମ୍ପ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ସେ କେରଳରେ ଡଙ୍ଗାରେ ବସି ଫଟୋସୁଟ କରିଛନ୍ତି । ଏହି ଫଟୋରେ ସେ କେରଳର ରଙ୍ଗରେ ରଙ୍ଗେଇ ହୋଇଛନ୍ତି । ସେ ମଥାରେ ସାଉଥଇଣ୍ଡିଆନ ଟିକା ଲଗାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଫଟୋକୁ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉନ୍ଟରେ ସେଆର କରିଛନ୍ତି । ପ୍ରଂଶସକମାନେ ସନ୍ନିଙ୍କ ଏହି ନୂଆ ଲୁକକୁ ବେଶ ପସନ୍ଦ କରୁଛନ୍ତି । ତାଙ୍କ ଫଟୋରେ ହଜାର ହଜାର କମେନ୍ଟ ମଧ୍ୟ ଆସିଛି । ବିଗବସ ସିଜ-୫ରୁ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ସନ୍ନି ଲିଓନି ମହେଶ ଭଟ୍ଟଙ୍କ ‘ଜିସ୍ମ-୨’ ଫିଲ୍ମରୁ ବଲିଉଡରେ ପ୍ରବେଶ କରିଥିଲେ । ଏହାପରେ ସନ୍ନି ବି-ଟାଉନରେ ଲଗାତାର ଆକ୍ଟିଭ ଅଛନ୍ତି । ସେ ବଲିଉଡ ବ୍ୟତୀତ ସାଉଥ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଆଗକୁ ବିକ୍ରମ ଭଟ୍ଟଙ୍କ ୱେବ ସିରିଜ ‘ଅନାମିକା’ରେ ସେ ନଜର ଆସିବେ ।





More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..