Report Card Odisha

| Daily Odia News

ଆଜି ବି ମନେ ପଡ଼ନ୍ତି ଶ୍ରୀଦେବୀ

ମୁମ୍ବାଇ: ବଲିଉଡର ହୱାହୱାଇ ଗାର୍ଲ ତଥା ସବୁଠୁ ସୁନ୍ଦର ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ଆଜି ୩ବର୍ଷ ପୂରିଛି । ୨୦୧୮ ଫେବୃଆରୀ ୨୪ରେ ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଥିଲେ । ତାଙ୍କର ଅଚାନକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା । ଆଜି ବି ଶ୍ରୀଦେବୀଙ୍କ ମୃତ୍ୟୁକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏପରିକି ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ଆଜି ବି ଝୁରୁଛନ୍ତି । ନିକଟରେ ମା’ଙ୍କୁ ମନେ ପକାଇ ଝିଅ ଜାହ୍ନବୀ କପୁର ନିଜ ଇନଷ୍ଟାଗ୍ରାମରେ ଶ୍ରୀଦେବୀ ଲେଖିଥିବା ଏକ ହାତଲେଖା ଚିଠିକୁ ସେଆର କରିଛନ୍ତି। ଏଥିସହ ଏକ ଦୁଃଖଭରା ନୋଟ୍ ମଧ୍ୟ ଲେଖିଛନ୍ତି । ଶ୍ରୀଦେବୀଙ୍କର ଆଜି ପୂଣ୍ଣ୍ୟତିଥି ଅବସରରେ ବୋନି କପୁର, ଜାହ୍ନବୀ କପୁର, ଏବଂ ଖୁସି କପୁର ତାଙ୍କ ଚେନ୍ନାଇ ସ୍ଥିତ ଘରେ ଏକ ପୂଜାର ଆୟୋଜନ ମଧ୍ୟ କରିଛନ୍ତି । ୨୦୧୮ରେ ଶ୍ରୀଦେବୀ ଦୁବାଇରେ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ । ସେଠାରେ ବାଥ୍ ଟବରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର କିଛି ଘନ୍ଟା ପୂବର୍ବରୁ ସେ ତାଙ୍କ ପରିବାର ସହ ଉଠାଇଥିବା କିଛି ଫଟୋ ଏବଂ ଭିଡିଓକୁ ସେ ସେଆର କରିଥିଲେ । ଯାହାକୁ ଦେଖିଲେ ଆଜି ବି ଶ୍ରୀଦେବୀ ବହୁତ ମନେ ପଡ଼ନ୍ତି ।

Breaking News