Report Card Odisha

| Daily Odia News

ଘରକୁ ଦୀପାବଳୀ ଭାବେ ସଜାଇଲେ ଅଭିନବ

ମୁମ୍ବାଇ: ଟେଲିଭିଜନର ସବୁଠୁ ବିବାଦୀୟ ଶୋ’ ବିଗବସ-୧୪ ଜିତି ରୁବିନା ଦିଲେକ ଏବେ ଦୀର୍ଘଦିନ ପରେ ଘରକୁ ଫେରିଛନ୍ତି । ଏହି ବଡ଼ ବିଜୟ ପରେ ରୁବିନାଙ୍କୁ ଘରେ ଗ୍ରାଣ୍ଡ ୱେଲକମ କରାଯାଇଛି । ଏ ଅବସରରେ ଘରକୁ ଦୀପାବଳି ଭଳି ସଜାଯାଇଛି । କେବଳ ପରିବାର ଲୋକେ ନୁହେଁ ସ୍ୱାମୀ ଅଭିନବ ଶୁକ୍ଳା ମଧ୍ୟ ଏ ଅବସରରେ ରୁବିନାଙ୍କୁ ଏକ ଟାଇଟଲ ଦେଇଛନ୍ତି । ପତ୍ନୀ ଜିତିବା ପରେ ଅଭିନବ ବେଶ୍ ଖୁସି ଥିବା ଦେଖାଯାଇଛି । ବିଗବସର ଏକ୍ସ-କନ୍ଟେଷ୍ଟାନ୍ଟ ଅଭିନବ ଶୁକ୍ଳା ଘରକୁ ସୁନ୍ଦର ଭାବେ ଡେକୋରେଟ କରି ‘ୱେଲକମ ହୋମ ବସ୍ ଲେଡି’ ଲେଖିଛନ୍ତି । ସୋଶିଆଲ ମିଡିଆରେ ସେ ସେୟାର କରିଥିବା ଫଟୋରେ ମଧ୍ୟ ତାହା ଲେଖା ଅଛି । ତାଙ୍କୁ ସ୍ୱାଗତ କରିବା ପାଇଁ ଅଭିନବ ଶୁକ୍ଳା କିଛି ବାକି ରଖି ନାହାନ୍ତି । ରୁବିନା ବିଗବସର ଟ୍ରଫି ନେଇ ଘରେ ପହଁଚିବା ପରେ ଅଭିନବଙ୍କର ଏହି ସରପ୍ରାଇଜ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରୁବିନା ଘରେ ପ୍ରବେଶ କରିବା ବେଳର ଭିଡିଓ ଏବେ ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡିଓରେ ତାଙ୍କ ମା’ ଘରେ କ୍ୟାଣ୍ଡେଲ ଜାଳୁଥିବା ଦେଖାଯାଇଛି ।

Breaking News