ରିପୋର୍ଟ କାର୍ଡ / ମୁମ୍ବାଇ
ମୁମ୍ବାଇରେ ପୁଣି ଜଣେ ୧୬ ବର୍ଷୀୟ ନାବଳିକା ଗଣଦୁଷ୍କର୍ମର ଶିକାର ହୋଇଛି । ତାଙ୍କ ସହ ଗୋଟିଏ ରାତିରେ ଭିନ୍ନ ଭିନ୍ନ ଜାଗାରେ ଗଣଦୁଷ୍କର୍ମ କରାଯାଇଛି । ପୀଡିତାଙ୍କ ଅଭିଯୋଗ କ୍ରମେ ୭ ଜଣ ଅଭୁଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଗଣଦୁଷ୍କର୍ମ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିବା ସହ ଆଉ ଜଣେ ଅଭୁଯୁକ୍ତକୁ ପୋଲିସ ଖୋଜୁଛି । ମେ ୩୧ ମଧ୍ୟରାତ୍ରିରେ ଏହି ଭୟାନକ୍ ଘଟଣା ଘଟିଥିଲା । ନାବାଳିକା ଜଣକ ହଠାତ୍ ଘରୁ ଗାଏବ୍ ହୋଇଯାଇଥିଲେ । ୧୬ ବର୍ଷୀୟ ଝିଅ ନିଖୋଜ ଥିବା ନେଇ ମଲାଡ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଅଭିଯୋଗ ପରେ ଅପହରଣ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଥିଲା ପୋଲିସ । ନିଖୋଜ ଝିଅକୁ ଉଭୟ ପୋଲିସ ଓ ପରିବାର ଲୋକ ଖୋଜୁଥିଲେ । ହେଲେ ପର ଦିନ ନିଜେ ଘରେ ପହଞ୍ଚି ଯାଇଥିଲା ନାବାଳିକା । ପରିବାର ଲୋକ ପଚାରିବାରୁ ଭୟରେ କିଛି କହିନଥିଲା । କିନ୍ତୁ ପରେ ମହିଳା ପୋଲିସ ପଚରାଉଚରା କରିବା ପରେ ସମସ୍ତ ଘଟଣା କହିଥିଲା । ପୋଲିସ ସୂଚନା ଅନୁସାରେ, ଇନଷ୍ଟାଗ୍ରାମରେ ନାବଳିକାର କିଛି ପିଲାଙ୍କ ସହ ବନ୍ଧୁତା ହୋଇଥିଲା । ସେଥି ମଧ୍ୟରୁ ଜଣେ ବନ୍ଧୁ ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲା । ଘଟଣା ଦିନ ସମସ୍ତ ବନ୍ଧୁ ମଡ ଅଞ୍ଚଳରେ ଏକ ହୋଟେଲ ବାହାରେ ସାକ୍ଷାତ କରିଥିଲେ । ଆଉ ସେହିଠାରେ କେକ୍ କଟାଯାଇଥିଲା । ଆଉ ସେହି ସମୟରେ ଇନଷ୍ଟାଗ୍ରାମରେ ମିଳଥିବା ବନ୍ଧୁମାନେ କାରରେ ନାବାଳିକା ସହ ଦୁଷ୍କର୍ମ କରିଥିଲେ ।
More Stories
ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ପତ୍ନୀ….
ପଶ୍ଚିମବଙ୍ଗ ପାଇଁ ଯୋଜନା ଆରମ୍ଭ କରୁଛନ୍ତି ରାହୁଲ……
ଏଟିଏମରୁ ଟଙ୍କା ଉଠାଣ ହେବ ମହଙ୍ଗା….