ମୁମ୍ବାଇ: ବଲିଉଡ କଳାକାରଙ୍କ ଆତ୍ମହତ୍ୟା । କେଶରୀ ଓ ଏମ୍ଏସ୍ ଧୋନୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସନ୍ଦୀପ ନହର ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଫେସବୁକରେ ୧୦ ମିନିଟି ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିଛନ୍ତି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଯୋଗୁଁ ବ୍ୟକ୍ତିଗତ ଓ ବୃତିଗତ ଜୀବନରେ ସେ କିଭଳି ଅସୁବିଧାର ସମୁଖୀନ ହେଉଛନ୍ତି ସେ ଭିଡିଓରେ କହିଛନ୍ତି । ଅକ୍ଷୟ କୁମାର ଏବଂ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ସେ ସହକଳାକାର ଭାବେ ଅଭିନୟ ପାଇଁ ସନ୍ଦୀପ ଜଣାଶୁଣା ଥିଲେ। ସେ ବ୍ୟକ୍ତିଗତ କାରଣ ପାଇଁ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି । ତେବେ ତାଙ୍କ ମୃତ୍ୟୁ ପାଇଁ ପରିବାରର କେହି ବି ସଦସ୍ୟ ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି । ସନ୍ଦୀପଙ୍କ ମୃତଦେହ ମୁମ୍ବାଇର ଗୋରେଗାଓଁ ବାସଭବନରୁ ଉଦ୍ଧାର କରାଯାଇଛି । ମୁମ୍ବାଇ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।
More Stories
ଅଭିନେତା ଉତ୍ତମ ମହାନ୍ତି ହସ୍ପିଟାଲ୍ରେ ଭର୍ତ୍ତି….
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..
ଅଭିନେତାଙ୍କୁ ହତ୍ୟା ଧମକ……