ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ କରାଯିବା ମାମଲାରେ ନିର୍ବାଚନ ଆୟୋଗ(ଇସି)ଙ୍କୁ ସୁପ୍ରିମକୋର୍ଟରୁ ଶକ୍ତ ଝଟକା ମିଳିଛି। ଏସଆଇଆର କାର୍ଯ୍ୟକାରୀ କରାଯିବା ଯୋଗୁ ୬୫ ଲକ୍ଷ ଜାଲ୍ ଭୋଟରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ଇସି କହିଥିଲେ। ଏବେ ସୁପ୍ରିମକୋର୍ଟ ଉକ୍ତ ୬୫ ଲକ୍ଷ ଭୋଟରଙ୍କ ତାଲିକା ମାଗିଛନ୍ତି। ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜୟମାଳା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୋଟରଙ୍କ ପରିଚୟ ଯାଞ୍ଚ କ୍ଷେତ୍ରରେ ଆଧାର କାର୍ଡ ଏବଂ ଇପିଆଇସି ନମ୍ବରକୁ ବୈଧ କାଗଜପତ୍ର ଭାବେ ଗ୍ରହଣ କରିବାକୁ ମଧ୍ୟ ଗୁରୁବାର ନିର୍ଦେଶ ଦେଇଛନ୍ତି।ବିହାର ନିର୍ବାଚନ ପୂର୍ବରୁ ଏସଆଇଆର ଲାଗୁ କରି କଟାଯାଇଥିବା ଭୋଟରଙ୍କ ତାଲିକା କାହିଁକି ଓ୍ବେବସାଇଟରେ ପ୍ରକାଶ କରାଯାଇ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି। ଆସନ୍ତା ମଙ୍ଗଳବାର ସୁଦ୍ଧା ତାଲିକା ଜାରି କରିବାକୁ ସୁପ୍ରିମକୋର୍ଟ ଇସିଙ୍କୁ ନିର୍ଦେଶ ଦେଇଛନ୍ତି। କଟାଯାଇଥିବା ଭୋଟରଙ୍କ ତାଲିକା ଜାରି କରିବା ଦ୍ଵାରା ଲୋକମାନେ ଏହାର କାରଣ ଜାଣିପାରିବେ ଏବଂ ତାହାର ସଂଶୋଧନ କରିପାରିବେ, ଯାହାଦ୍ଵାରା ସ୍ଵଚ୍ଛତା ଅବଲମ୍ବନ କରାଯାଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..