ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣେର ଏକ ବିଶେଷ ଅଦାଲତରେ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାନହାନି ମାମଲାରେ ତାଙ୍କ ଓକିଲ ଲିଖିତ ବୟାନ ଦାଖଲ କରି ତାଙ୍କ ସୁରକ୍ଷା ନେଇ ଗମ୍ଭୀର ଆଶଙ୍କା ପ୍ରକାଶ କରିଛନ୍ତି। ଏହି ମାମଲା ବିନାୟକ ସାବରକରଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ କଥିତ ଅପମାନଜନକ ମନ୍ତବ୍ୟ ସହ ଜଡ଼ିତ। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଓକିଲ ମିଲିନ୍ଦ ପାୱାର ଅଦାଲତକୁ କହିଛନ୍ତି ଯେ ଭାଜପା ନେତା ବିଟ୍ଟୁ ତାଙ୍କୁ ଆତଙ୍କବାଦୀ ବୋଲି ଅଭିହିତ କରିଥିବା ବେଳେ ଅନ୍ୟ ଭାଜପା ନେତା ତରବିନ୍ଦର ମାରୱାହ ଖୋଲାଖୋଲି ଧମକ ଦେଇଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ଠିକ ଆଚରଣ ନ କରନ୍ତି, ତେବେ ତାଙ୍କର ଅବସ୍ଥା ତାଙ୍କ ଜେଜେମା’ଙ୍କ ପରି ହୋଇପାରେ। ଅଦାଲତରେ ଏହା ମଧ୍ୟ କୁହାଯାଇଛି ଯେ ଏହି ମାମଲାର ଅଭିଯୋଗକାରୀ ସତ୍ୟାକୀଙ୍କର ସାବରକର ଓ ଗୋଡ଼ସେ ପରିବାର ସହ ପାରିବାରିକ ସମ୍ପର୍କ ରହିଛି। ସେ ନିଜ ପ୍ରଭାବର ଅପବ୍ୟବହାର କରିପାରନ୍ତି। ଓକିଲଙ୍କ ମତରେ, ଅଭିଯୋଗକାରୀଙ୍କ ପାରିବାରିକ ପୃଷ୍ଠଭୂମି ହିଂସାତ୍ମକ ଓ ଅସାମ୍ବିଧାନିକ ପ୍ରବୃତ୍ତି ସହ ଜଡ଼ିତ। ବର୍ତ୍ତମାନର ରାଜନୈତିକ ପରିବେଶରେ ରାହୁଲ ଗାନ୍ଧୀଙ୍କୁ କ୍ଷତି ପହଞ୍ଚାଇବା, ଭୁଲ ଭାବେ ଫସାଇବା କିମ୍ବା କୌଣସି ଉପାୟରେ ଟାର୍ଗେଟ କରାଯିବାର ଆଶଙ୍କା ରହିଛି। ଓକିଲ ଦାବି କରିଛନ୍ତି ଯେ ବର୍ତ୍ତମାନର ରାଜନୈତିକ ପରିସ୍ଥିତିର ଫାଇଦା ଉଠାଇ ଅଭିଯୋଗକାରୀ ଅଦାଲତକୁ ପ୍ରଭାବିତ କରିବାକୁ ଚେଷ୍ଟା କରିପାରନ୍ତି।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..