ରିପୋର୍ଟ କାର୍ଡ / ପୁରୀ
ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା | ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଜାରି କରାଯାଇଛି। ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ଅପରାହ୍ଣ ୪ଟାରେ ତିନିରଥର ରଥଟଣା ଆରମ୍ଭ ହେବ। ସୂଚନା ଅନୁସାରେ, ସକାଳ ୯ଟାରେ ରଥ ପ୍ରତିଷ୍ଠା ନୀତି ସମ୍ପନ୍ନ ହେବ। ଏହାପରେ ସକାଳ ସାଢ଼େ ୯ଟାରୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହଣ୍ଡି ନୀତି ଅନୁଷ୍ଠିତ ହେବ। ପହଣ୍ଡି ଶେଷ ହେବା ପରେ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ପରମ୍ପରାଗତ ‘ଛେରା ପହଁରା’ ନୀତି ସମ୍ପନ୍ନ କରାଯିବ।ଛେରା ପହଁରା ଶେଷ ହେବା ପରେ ଅପରାହ୍ଣ ୪ଟାରେ ତିନିରଥ ଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟରେ ଉଲ୍ଲେଖ ରହିଛି। ରଥଯାତ୍ରାର ସମସ୍ତ ନୀତିକାନ୍ତି ସୂଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।






More Stories
୧୩ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ…..
ଦିଲ୍ଲୀ ଗସ୍ତରେ ନବୀନ…..
ଜେଲରୁ ମୁକୁଳିବେ ଦାରା ସିଂ…..