Report Card Odisha

| Daily Odia News

ଜମ୍ମୁରେ ଆତଙ୍କୀ-ସୁରକ୍ଷାକର୍ମୀ ମୁହଁମୁହିଁ, ୩ ଆତଙ୍କୀ ମୃତ……

Shopian: Army personnel conduct cordon and search operations after four terrorists were killed in an encounter with the security forces in South Kashmir's Shopian district on Aug 28, 2020. One militant surrendered and heavy cache of arms and ammunition were recovered from the spot. The encounter started after a joint team of the police and the army cordoned off the Kiloora area following specific information about terrorist presence. As the security forces zeroed in on the hideout, the militants started heavy firing triggering the encounter. (Photo: IANS)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ- ଆତଙ୍କୀ ମୁହଁମୁହିଁ ହୋଇଛନ୍ତି । ଗୁଳି ବିନିମୟରେ ୩ ଜଣ ଆତଙ୍କୀଙ୍କର ମୃତ୍ୟୁ ହୋଇଛି । ଅବନ୍ତିପୁରାର ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଗୁଳିରେ ୩ ଜଣ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ସେମାନଙ୍କର ପରିଚୟ ମିଳିପାରି ନାହିଁ । ଏବେ ଘଟଣାସ୍ଥଳକୁ ସୁରକ୍ଷାକର୍ମୀ ଘେରି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି । ନାଗବେରନ୍ ତ୍ରାଲ ଅଞ୍ଚଳର ଜଙ୍ଗରେ ଆତଙ୍କାବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍ । ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଚଳାଇଥିଲ ଆତଙ୍କୀ । ପାଲଟା ହମଲାରେ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି । ଗତକାଲି ପୁଲଓ୍ୱାମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମରେ ହିଜବୁଲ ମୁଜାହିଦ୍ଦିନର ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

 

Breaking News