ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ଦିନ ପରେ ସଲମାନ ଖାନ ଙ୍କ ସହ କ୍ୟାଟ୍ରିନା କୈଫ ଙ୍କୁ ଦେଖିବାକୁ ମିଳିବ ଏକାଠି | ଦୀପାବଳି ଅବସରରେ ତାଙ୍କ ଫିଲ୍ମ ଟାଇଗର-୩ ରିଲିଜ ହେବାକୁ ଯାଉଛି। ଦୀପାବଳିରେ ଭାଇଜାନ ଏକ ଧମାକା ସୃଷ୍ଟି କରିବାକୁ ଯାଉଛନ୍ତି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ପ୍ରଥମ ଶୋ ଦୀପାବଳିରେ ସକାଳ ୭ଟାରେ ରହିବ। ହଁ, ପ୍ରଶଂସକମାନେ ସକାଳ ୭ଟାରୁ ଟାଇଗର-୩ ଦେଖିପାରିବେ।ଟାଇଗର-୩ ରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ଭିଲେନ ଭୂମିକାରେ ଇମ୍ରାନ ହାଶମୀଙ୍କୁ ଦର୍ଶକେ ଦେଖିବାକୁ ପାଇବେ । ନକାରାତ୍ମକ ଭୂମିକାରେ ଇମ୍ରାନ ହାଶମୀଙ୍କୁ ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି।






More Stories
ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ….
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..
‘ଗୋନ୍ଧାଲ’ କୁ ଓସ୍କାର…..