ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଉନ୍ନତିଆଣିବା ପାଇଁ ରାଜ୍ୟ ସରକାର ସ୍କୁଲ୍ ରୂପାନ୍ତରୀକରଣ ପରେ ଏବେ ସମସ୍ତ କଲେଜକୁ ନୂଆରୂପ ଦେଉଛନ୍ତି। ସେଥି ପାଇଁ ଓଡ଼ିଶାରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ WiFi ଲଗାଇବାକୁ ସମସ୍ତ କୁଳସଚିବଙ୍କୁ ଚିଠି ଲେଖି ଜଣାଇଛି ଉଚ୍ଚ ଶିକ୍ଷା ବିଭାଗ। ଶୈଖିକ ପରିବେଶ ମଧ୍ୟରେ ପିଲା ଛାତ୍ରୀଛାତ୍ରଙ୍କୁ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା WiFi ଦିଆଯିବ। ବର୍ତ୍ତମାନ ସମୟରେ ଅଧିକାଂଶ ପାଠ୍ୟକ୍ରମ ଅନ୍ଲାଇନ୍ରେ ଥିବାରୁ ମାଗଣା WiFi ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ତେବେ ଏହି ଯୋଜନା ହାତକୁ ନେବା ପରେ ଖର୍ଚ୍ଚ ଏଷ୍ଟିମେସନ୍ ଦେବାକୁ କୁଳସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।






More Stories
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..
ଓଏଏସ୍ ସ୍ତରରେ ଅଦଳବଦଳ……