Report Card Odisha

| Daily Odia News

ଚୀନ ଉପରେ ନଜର ରଖିବ ହେରୋନ୍‌ ଡ୍ରୋନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୀମା ବିବାଦକୁ ନେଇ ଏଲଏସି ରେ ଭାରତ ଏବଂ ଚୀନ ମଧ୍ୟରେ ଗତବର୍ଷଠାରୁ ଉତ୍ତେଜନା ଜାରି ରହିଛି। ବାରମ୍ବାର ସୈନ୍ୟ ସ୍ତରୀୟ ଆଲୋଚନା ପରେ ମଧ୍ୟ ଚୀନ ଦୋମୁହାଁ ନୀତି ଛାଡ଼ୁନାହିଁ । ଏଲଏସିରୁ ସେନା ପ୍ରତ୍ୟାହାର ନେଇ ସହମତି ହେବା ପରେ ଚୀନ ପୁଣି ସୈନ୍ୟ ମୁତୟନ କରୁଛି । ତେଣୁ ଚୀନର ଗତିବିଧି ଉପରେ ନଜର ରଖିବା ଲାଗି ଭାରତ ଏଲଏସିରେ ହେରୋନ୍‌ ଡ୍ରୋନ ମୁତୟନ କରିବ। ଇସ୍ରାଏଲଠାରୁ କିଣାଯାଇଥିବା ଏହି ଡ୍ରୋନ ଏଲଏସିରେ ଚୀନ ଉପରେ ନଜର ରଖିବ। ପିଟିଆଇ ସୂଚନା ଅନୁସାରେ, ଆଗାମୀ କିଛି ମାସ ମଧ୍ୟରେ ଭାରତକୁ ଇସ୍ରାଏଲଠାରୁ ୪ଟି ହେରୋନ ଡ୍ରୋନ ମିଳିବ। ଭାରତୀୟ ସେନା ଏହି ଡ୍ରୋନଗୁଡ଼ିକୁ ୩ବର୍ଷ ପାଇଁ ଆଣିବ। ୪ଟି ଡ୍ରୋନରୁ ୨ଟି ଆସନ୍ତା ଅଗଷ୍ଟ ସୁଦ୍ଧା ସେନାକୁ ମିଳିଯିବ। ଏହି ଡ୍ରୋନର ବିଶେଷତ୍ଵ ହେଉଛି ଯେ, ଏହା ୩୫ ହଜାର ଫୁଟ ଉଚ୍ଚତାରେ ୪୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ। ଯଦି ଏହାକୁ ସୀମାରେ ମୁତୟନ କରାଯାଏ, ତେବେ ଲମ୍ବା ସମୟ ପର୍ଯ୍ୟନ୍ତ ଶତ୍ରୁପକ୍ଷ ଉପ​‌ରେ ନଜର ରଖାଯାଇପାରିବ। ହେରୋନ୍‌ ଡ୍ରୋନରେ ସ୍ବୟଂଚାଳିତ ଟ୍ୟାକ୍ସି ଟେକ୍‌ ଅଫ ଏବଂ ଲ୍ୟାଣ୍ଡିଂ (ଏଟିଓଏଲ) ଭଳି ବୈଷୟିକ ଜ୍ଞାନକୌଶଳ ବ୍ୟବହାର ହୋଇଛି। ଏହା ସହିତ ଏଥିରେ ସାଟେଲାଇଟ୍‌ ସିଷ୍ଟମ ବି ରହିଛି। ବର୍ତ୍ତମାନ ସମୟରେ ଭାରତୀୟ ସେନା ନିକଟରେ ଯେଉଁ ୮୦ରୁ ୯୦ ହେରୋନ୍‌ ଡ୍ରୋନ ରହିଛି, ତାହାକୁ ବିକଶିତ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହା ଫଳରେ ୩ ସେନାକୁ ସହାୟତା ମିଳିପାରିବ।

Breaking News