ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗର ହାଇପ୍ରୋଫାଇଲ ସିଟ୍ ନନ୍ଦୀଗ୍ରାମରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଭାରତୀୟ କିଷାନ ୟୁନିଅନ ପ୍ରବକ୍ତା ରାକେଶ ଟିକାୟତ । କହିଛନ୍ତି, ‘ଚାଷୀ ମୋର୍ଚ୍ଚା ଯେବେ ନିଷ୍ପତ୍ତି ନେବେ ସେତେବେଳେ ସଂସଦରେ ମଧ୍ୟ ମଣ୍ଡି ଖୋଲିଦିଆଯିବ । ଦିଲ୍ଲୀରେ ପୁଣି ଥରେ ଟ୍ରାକ୍ଟର ଏଣ୍ଟ୍ରି ହେବ । ଆମ ନିକଟରେ ୩.୫ ଲକ୍ଷ ଟ୍ରାକ୍ଟର ଅଛି ଏବଂ ୨୫ ଲକ୍ଷ ଚାଷୀ ଅଛନ୍ତି । ଆଗାମୀ ଦିନରେ ସଂସଦ ଭବନ ପରିସରରେ କୃଷିଜାତ ସାମଗ୍ରୀ ବିକ୍ରି ହେବ ।’ ଏହା ସହିତ ରାକେଶ ଟିକାୟତ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ନୂଆ କୃଷି ଆଇନ ପ୍ରତ୍ୟାହାର ନହୋଇଛି ଏବଂ ଯେପର୍ଯ୍ୟନ୍ତ ଚାଷୀଙ୍କୁ ଏମ୍ଏସ୍ପି ଗ୍ୟାରେଣ୍ଟି ନିମିଳିଛି ସେଯାଏଁ ଦିଲ୍ଲୀ ସୀମାରୁ ଚାଷୀ ହଟିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ‘ବେଙ୍ଗଲବାସୀଙ୍କୁ ଅପିଲ ଯେ ସେମାନେ ବିଜେପିକୁ ଭୋଟ ଦିଅନ୍ତୁ ନାହିଁ । ଭାରତ ସରକାର ଦେଶକୁ ଲୁଟି ନେଇଛନ୍ତି । ବେଙ୍ଗଲକୁ ବଞ୍ଚାନ୍ତୁ । ବିଜେପି ନେତା ଭୋଟ ମାଗିବାକୁ ଆସିଲେ ସେମାନଙ୍କୁ ପଚାରନ୍ତୁ ଏମ୍ଏସ୍ପି କେବେ ମିଳିବ ।’ ପଶ୍ଚିମବଙ୍ଗରେ ଆଗାମୀ କିଛି ଦିନ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଚାଷୀ ନେତା ରାକେଶ ଟିକାୟତ ବେଙ୍ଗଲରେ କେନ୍ଦ୍ର ସରକାରଙ୍କ ବିପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି ।





More Stories
ସିରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ;ପିଞ୍ଜରାରେ କୋର୍ଟ ଅଣାଗଲା!….
କ୍ୟାନ୍ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାନ୍ତୁ…..
ବିମାନ ଜରୁରୀ ଅବତରଣ…..