Report Card Odisha

| Daily Odia News

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମିଳିଲା ଜାମିନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ଗିରଫ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ | ଗତକାଲି ମଧ୍ୟରାତ୍ରରେ ମହାଡ଼ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିବା ପରେ ରତ୍ନଗିରି କୋର୍ଟରେ ହାଜର କରିଥିଲା। ତେବେ ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ତେବେ ପରବର୍ତ୍ତୀ ସମୟରେ ରାଣେଙ୍କୁ ମହାଡ କୋର୍ଟ ବେଲ ଦେଇଥିବା ନେଇ ତାଙ୍କ ଓକିଲ ସୂଚନା ଦେଇଥିଲେ। ରତ୍ନଗିରିର ସଙ୍ଗମେଶ୍ୱର ଠାରେ ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ଯାଉଥିବା ବେଳେ ପୋଲିସ ଟିମ୍ ତାଙ୍କୁ ସ୍ଥାନୀୟ ଥାନାକୁ ଆଣିଥିଲେ। ସେଠାରେ ବରିଷ୍ଠ ପୋଲିସ ଅଧିକାରୀମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଗିରଫ କରାଯାଇଥିବା ବିଧିବଦ୍ଧ ଭାବେ ଦର୍ଶାଇଥିଲେ। ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନାରାୟଣ ରାଣେ। ଏହାକୁ ନେଇ ଶିବସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ୩୬ଟି ଏଫଆଇଆର ରୁଜୁ ହୋଇଥିଲା। ନାସିକ ପୋଲିସ ଅପରାଧ ଶାଖା ଦ୍ୱାରା ତାଙ୍କୁ ଗିରଫ କରାଯାଇଥିଲା । ସେପଟେ ଏ ମାମଲାକୁ ଖାରଜ କରିବା ନେଇ ରାଣେ ହାଇକୋର୍ଟକୁ ଯିବେ ବୋଲି ସୂଚନା ମିଳିଛି। ସେପଟେ ତାଙ୍କ ଗିରଫକୁ ନେଇ ବିଜେପି ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଂଘନ ବୋଲି କହିଛି। ସୂଚନା ଅନୁସାରେ, ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନାରାୟଣ ରାଣେ। ଏହାକୁ ନେଇ ଶିବସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ୩୬ଟି ଏଫଆଇଆର ରୁଜୁ ହୋଇଥିଲା। ଏହା ପରେ ନାସିକ ପୋଲିସ ଅପରାଧ ଶାଖା ଦ୍ୱାରା ଗିରଫ କରାଯାଇଥିଲା ।

 

Breaking News