ରିପୋର୍ଟ କାର୍ଡ / ଭୁବନେଶ୍ୱର
ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ନିଖୋଜ ହୋଇଯାଇଛନ୍ତି। ଗତ ୧୧ ତାରିଖରୁ କ୍ରିକେଟର ରାଜଶ୍ରୀ ନିଖୋଜ ଥିବା ନେଇ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା । ଓଡ଼ିଶା ମହିଳା ସିନିୟର ଦଳରେ ରାଜଶ୍ରୀ ଖେଳୁଥିଲେ। ପୁଡ଼ୁଚେରୀରେ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ୨୫ ଜଣିଆ ସମ୍ଭାବ୍ୟ ସ୍କ୍ୱାଡ ଘୋଷଣା କରାଯାଇଥିଲା। ରାଜଶ୍ରୀ ଏଥିରେ ସ୍ଥାନ ପାଇଥିଲେ। ଏଥିସହ ସେ ସ୍କ୍ୱାଡର ଅନ୍ୟ ଖେଳାଳିଙ୍କ ସହ କଟକ ବଜ୍ରବାଟିରେ ଥିବା ଏକ ହୋଟେଲରେ ରହି ନିୟମିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଉଥିଲେ। ଏହିକ୍ରମରେ ସେ ୧୧ ତାରିଖ ଦିନ ମଧ୍ୟ ହୋଟେଲରୁ ପ୍ରଶିକ୍ଷଣ ଶିବିରକୁ ବାହାରିଥିଲେ। କିନ୍ତୁ ପ୍ରଶିକ୍ଷଣ ଶିବିରରେ ପହଞ୍ଚି ନଥିଲେ। ଏହାକୁ ନେଇ କୋଚ୍ ଚିନ୍ତିତ ହେବା ସହ ତାଙ୍କୁ ଫୋନ୍ କରିଥିଲେ। ତେବେ ତାଙ୍କ ଫୋନ୍ ଲାଗି ନଥିଲା। ଏନେଇ ରାଜଶ୍ରୀଙ୍କୁ ବହୁତ ଖୋଜଖୋଜି କରାଯାଇଥିଲା। ତଥାପି ତାଙ୍କର କୌଣସି ପତ୍ତା ମିଳି ନଥିଲା। ଶେଷରେ କୌଣସି ଉପାୟ ନପାଇ ତାଙ୍କ କୋଚ୍ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଏଫଆଇଆର ପରେ ପୋଲିସ ତଦନ୍ତ କରି ରାଜଶ୍ରୀଙ୍କ ବାଇକ୍ ଓ ହେଲମେଟ୍ ଆଠଗଡ଼ ଓରନ୍ଦା ଜଙ୍ଗଲରୁ ଠାବ କରିଛି। ଏବେ ରାଜଶ୍ରୀଙ୍କୁ ଖୋଜିବା ପ୍ରକ୍ରିୟା ଜାରିରହିଥିବା ଜଣାପଡିଛି |
More Stories
ପହଲଗାମ୍ ଆକ୍ରମଣର ଦୃଢ଼ ଜବାବ ଦିଆଯିବ……
ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜର ପାଇଁ ଯୋଗ୍ୟତା ସ୍ନାତକ…..
କ୍ୟାବିନେଟ୍ ବୈଠକରେ ୬ ପ୍ରସ୍ତାବକୁ ଅନୁମୋଦନ…..