Report Card Odisha

| Daily Odia News

ରାତି ଶୋଇବା ବେଳେ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି କି?

ମାନସିକ ଚାପ ବୃଦ୍ଧି କରୁଛି ସ୍ମାର୍ଟ ଫୋନ୍

ନୂଆଦିଲ୍ଲୀ: ମାନସିକ ଚାପ ବୃଦ୍ଧି କରିପାରେ ସ୍ମାର୍ଟ ଫୋନ୍। ଏମିତି ରିପୋର୍ଟ ଆସିବା ପରେ ସାଧାରଣ ଭାବରେ ଆପଣମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯିବେ। କାରଣ ଟେନସନ ଫ୍ରୀରେ ରହିବା ଲାଗି ସ୍ମାର୍ଟ ଫୋନରେ କିଏ ଗେମ୍ ତ କିଏ ସୋସିଆଲ ମିଡ଼ିଆରେ ନିଜକୁ ବ୍ୟସ୍ତ ରଖେ ତ ପୁଣି ଆଉ କିଏ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ମାର୍ଟ ଫୋନ ବ୍ୟବହାର କରନ୍ତି।

ତେବେ ଆପଣ ଯଦି ଲଗାତାର ସ୍ମାର୍ଟଫୋନ୍‌ରେ ମେଲ୍‌ ଚେକ୍‌ କରୁଛନ୍ତି ? ଫେସବୁକ୍‌, ଟ୍ୱିଟର୍‌ ଆଦି ସୋସିଆଲ୍‌ ସାଇଟ୍‌ରେ ନିତିଦିନ ଅପ୍‌ଡେଟ ରହୁଛନ୍ତି ? ଏହା ଆପଣଙ୍କ ମାନସିକ ଚାପ ଆଶଙ୍କା ବୃଦ୍ଧି କରିପାରେ ବୋଲି ଆମେରିକାରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।

ଆମେରିକାନ୍‌ ସାଇକୋଲୋଜିକାଲ୍‌ ଆସୋସିଏସନ୍‌(ଏପିଏ) ଅନୁସାରେ, ଏଠାରେ ପ୍ରତି ପାଞ୍ଚ ଜଣ ବୟସ୍କଙ୍କ ମଧ୍ୟରେ ୪ରୁ ଅଧିକ ଅର୍ଥାତ୍ ୮୬ ପ୍ରତିଶତ ଲୋକ ଲଗାତାର ସ୍ମାର୍ଟଫୋନ୍‌ରେ ମେଲ୍‌ ଚେକ୍‌ କରିବା ସହିତ ସୋସିଆଲ୍‌ ମିଡିଆ ସହ ଯୋଡ଼ିହୋଇ ରହୁଛନ୍ତି ଯାହା ସେମାନଙ୍କ ପ୍ରତି ମହଙ୍ଗା ପଡ଼ିଛି। ଲଗାତାର ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ମାନସିକ ଚାପ ସ୍ତର ବହୁତ ବଢ଼ିଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।

ଟେକ୍ନୋଲୋଜି ଓ ସୋସିଆଲ୍‌ ମିଡିଆ ପାଇଁ ଆଜିକାଲି ଲୋକେ ଲଗାତାର ନିଜ ସ୍ମାର୍ଟଫୋନ୍‌ରେ  ବ୍ୟସ୍ତ ରହୁଛନ୍ତି। ତେଣୁ ଡିଜିଟାଲ୍ ଜୀବନଶୈଳୀରୁ ଦୂରେଇ ରହିଲେ ଟେକ୍ନୋଲୋଜି ଦ୍ୱାରା ହେଉଥିବା ମାନସିକ ଚାପ ନିୟନ୍ତ୍ରଣରେ ବେଶ ସହାୟକ ହୋଇପାରିବ ବୋଲି ଏପିଏର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲିନ୍‌ ବୁଫ୍‌କା କହିଛନ୍ତି ।

ସର୍ଭେର ରିପୋର୍ଟ ଅନୁସାରେ, ଲଗାତାର ଟେକ୍ନୋଲୋଜି ସମ୍ପର୍କରେ ନଥିବା ଲୋକଙ୍କ ତୁଳନାରେ ଟେକ୍ନୋଲୋଜି ସହ ସର୍ବଦା ଜଡ଼ିତ ରହୁଥିବା ବ୍ୟକ୍ତି ଅଧିକ ଚାପଗ୍ରସ୍ତ ଥିବା ଭଳି ସଙ୍ଗୀନ ରିପୋର୍ଟ ଆସିଛି। ଲଗାତାର ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ହାରାହାରି ଚାପ ସ୍ତର ୫.୩ ଥିବାବେଳେ ଏଥିସହ ସର୍ବଦା ଜଡ଼ିତ ନଥିବା ଲୋକଙ୍କ ଚାପ ୪.୪ ଥିଲା । ଛୁଟିଦିନରେ ଲଗାତାର ମେଲ୍‌ ଚେକ୍‌ କରୁଥିବା ଆମେରିକୀୟ କର୍ମଚାରୀଙ୍କ ଚାପ ସ୍ତର ୬.୦ ଥିଲା। କାରଣ ବର୍ତ୍ତମାନ ସମୟରେ ଟୋକ୍ନୋଲୋଜି ସହ ଅଧିକାଂଶ ଲୋକ ଜଡ଼ିତ ରହୁଛନ୍ତି।

ଗତ ବର୍ଷ ଅଗଷ୍ଟରେ ଏହି ସର୍ଭେ ଅନ୍‌ଲାଇନ ମାଧ୍ୟମରେ‌ କରାଯାଇଥିବା ଜଣାପଡ଼ିଛି। ୧୮ ବର୍ଷ ବୟସରୁ ଅଧିକ ୩,୫୧୧ ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା। ପିଲାଙ୍କ ଟେକ୍ନୋଲୋଜି ବ୍ୟବହାରରେ ସନ୍ତୁଳନ ରକ୍ଷା କ୍ଷେତ୍ରରେ ଅଭିଭାବକ ମଧ୍ୟ ଚାପ ଅନୁଭବ କରୁଥିବା ଜଣାପଡ଼ିଲା ।ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଅତି କମ୍‌ରେ ଖାଇବା ସମୟରେ, ଶୋଇବାକୁ ଯିବା ପୂର୍ବରୁ ମୋବାଇଲ୍‌ ବ୍ୟବହାରରେ କଟକଣା କରିଥିବା ୯୪ ପ୍ରତିଶତ ଅଭିଭାବକ କହିଥିଲେ ।

ତେବେ ମୋଟ ଉପରେ କହିବାକୁ ଗଲେ, ସ୍ମାର୍ଟ ଫୋନ ବ୍ୟବାହର କରିବା ଦ୍ୱାରା ଯେ ମାନସିକ ଚାପ ବୃଦ୍ଧି ପାଇଥାଏ ତାହା କେବେ କେହି ଭାବି ବଇ ନଥିବେ। କିନ୍ତୁ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆପଣମାନେ ବି ସଜାଗ ହୁଅନ୍ତୁ ଓ ସାବଧାନ ରୁହନ୍ତୁ।

Breaking News