Report Card Odisha

| Daily Odia News

କରୋନା କୁ ନେଇ ଚେତାବନୀ ଦେଲେ କେନ୍ଦ୍ର ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭାଇରସର ଭୟାବହତା କମ୍ ହୋଇଥିଲେ ସୁଦ୍ଧା ସଚେତନ ନିହାତି ଜରୁରୀ । ତେଣୁ ଆତ୍ମହରା ହୋଇ ନିୟନ୍ତ୍ରଣ ହରାଇଲେ ସଂକଟ ବଢ଼ିବ ବୋଲି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚେତାବନୀ ଦେଇଛନ୍ତି। ନିୟମ ମାନିବା ସହ ବେପରୁଆ ନହେବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତ କେନ୍ଦ୍ର ସରକାର । ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ବ୍ରେକ୍ ଲାଗିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଏହାରି ଭିତରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ରାଜ୍ୟମାନଙ୍କୁ ଚିଠି ଲେଖି କୋଭିଡ ସମ୍ବନ୍ଧୀୟ ରଣନୀତିର କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ସଂକ୍ରମଣ ହ୍ରାସ ପାଇଥିଲେ ସୁଦ୍ଧା ଟେଷ୍ଟ-ଟ୍ରାକ୍‌-ଟ୍ରିଟ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାପାଇଁ ରାଜ୍ୟ ଗୁଡ଼ିକୁ ଚିଠି ଲେଖିଛି କେନ୍ଦ୍ର । ଅନଲକ୍ ପ୍ରକିୟା ଆରମ୍ଭ ହୋଇସାରିଥିବା ବେଳେ ତୃତୀୟ ଲହରୀ ଆଶଙ୍କା ମଧ୍ୟ ରହିଛି । ଏପରିସ୍ଥିତିରେ ଅନଲକ୍ ପ୍ରକିୟା ପାଇଁ ଅଧିକ ଯତ୍ନବାନ ହେବା ଜରୁରୀ । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଅଧିକାରୀଙ୍କୁ କୁହାଯାଇଛି । ପ୍ରତିବନ୍ଧକ ଲଗାଇବା ଏବଂ ହଟାଇବାକୁ ନିଷ୍ପତ୍ତି ସ୍ଥିତିର ଆକଳନ ପରେ ନିଆଯିବା ଆବଶ୍ୟକ । ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଛି । ଚିଠିରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କରୋନା ରୋକିବା ପାଇଁ ପାଞ୍ଚଟି ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିରେ କୋଭିଡ ସମ୍ମନ୍ଧୀ ଆଚରଣ, ଟେଷ୍ଟ, ଟ୍ରାକ, ଟ୍ରିଟ ଏବଂ ଟୀକାକରଣ ଅନ୍ତର୍ଭୁକ୍ତ । କେତେକ ରାଜ୍ୟରେ ପ୍ରତିବନ୍ଧକ ହଟିବା ପରେ ଅମାନିଆ ମାନେ ଭିଡ ସୃଷ୍ଟି କରୁଛନ୍ତି । ସଂକ୍ରମଣ ସମ୍ପୂର୍ଣ୍ଣ ଥମିନଥିବା ବେଳେ ସଚେତନ ହେଉନାହାନ୍ତି ଲୋକେ । ଅନେକ ସ୍ଥାନରେ ସମାବେଶ ହେଉଥିବା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଅନଲକ୍ ପ୍ରକ୍ରିୟାରେ କେଣସି ଢିଲା ନହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

 

Breaking News