ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀ ଭୁବନେଶ୍ୱରରେ ଦୁର୍ବୃତ୍ତଙ୍କ ଠାରୁ ନିଜକୁ ରକ୍ଷା କରି ଘରକୁ ଫେରିଲେ ୧୧ ବର୍ଷର ଶିଶୁ । ଜଣେ ଶିଶୁଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ହୋଲି ପର ଦିନ ଇନଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତିବିହାର ଅଞ୍ଚଳରୁ ଜଣେ ନାବାଳକକୁ କିଛି ଦୁର୍ବୃତ୍ତ ଠିକଣା ପଚାରିବା ବାହାନାରେ କାର୍ରେ ଉଠାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ନାବାଳକଙ୍କୁ କାର୍ରେ ନେଇ ତ୍ରିଶୁଳିଆ ପୂର୍ବରୁ ତାଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ଏହାପରେ ଶିଶୁ ଜଣକ ଦୌଡ଼ି ଦୌଡ଼ି ନନ୍ଦନକାନନ ଛକ ପର୍ଯ୍ୟନ୍ତ ଆସିି ସେଠାରେ ଏକ ଫଳ ଦୋକାନରୁ ଜଣଙ୍କ ଫୋନ୍ରୁ ବାପାଙ୍କ ନିକଟକୁ ଫୋନ କରିଥିଲେ | ଏହାପରେ ସେ ଘରକୁ ଫେରିଥିଲେ। ସମ୍ପୃକ୍ତ ଶିଶୁଙ୍କୁ ଅପହରଣ ଉଦ୍ୟମ ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଥିବା ଜଣାପଡ଼ିଛି। ନାବାଳକ ଜଣକ ନିଖୋଜ ହେବାର କିଛି ଘଣ୍ଟା ପରେ ଇନଫୋସିଟି ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ପୋଲିସ୍ ଘଟଣାର ଖୋଳତାଡ଼ କରୁଛି। ଏକ ବ୍ଲୁ କାର୍ରେ ୩ ଜଣ ଥିଲେ ଓ ସେମାନେ ଓଡ଼ିଆ ଭାଷାରେ କଥା ହେଉଥିଲେ ବୋଲି ଶିଶୁ ଜଣକ କହିଛନ୍ତି।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..