Report Card Odisha

| Daily Odia News

ମୁନିଗୁଡା ପୋଲିସର ଜୋରଦାର ଚେକିଂ….

ରିପୋର୍ଟ କାର୍ଡ / ମୁନିଗୁଡା

ଆଜିଠୁ ୧୯ ତାରିଖ ଯାଏଁ ସାରା ରାଜ୍ୟରେ ଲକଡାଉନ ଲାଗୁ ହୋଇଛି | ସବୁ ଜିଲ୍ଲାରେ ପୋଲିସ କଡା ଚେକିଂ କରୁଛି | କୋରାପୁଟ ଜିଲ୍ଲା ମୁନିଗୁଡାରେ ପୋଲିସ୍ ସକାଳ ୬ ରୁ ଚେକିଂ ଜୋରଦାର ଚାଲିଥିବାରୁ ଵଜାର ସୂନ ସାନ୍ ଦେଖାଯାଉଛି। ମୁନିଗୁଡାର ସବୁ ପ୍ରବେଶ ପଥରେ ଏସ୍ ଆଇ ଓ ଏ ଏସ୍ ଆଇ, ପୋଲିସ୍, ହୋମଗାର୍ଡ ଜଗିରହି କଡାକଡି ଚେକିଂ କରୁଥିବାଵେଳେ ନିୟମ ଭଙ୍ଗକାରୀ ମାନଙ୍କଠାରୁ ଫାଇନ ଆଦାୟ କରୁଛନ୍ତି । ଏସ୍ ଡି ପି ଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଏବଂ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ ନିଜେ ମଧ୍ୟ ପୋଲିସଟିମ୍ ଧରି ଅମାନିଆଙ୍କୁ ସାବାଡ କରିଵା ସହ ଵିନା କାରଣରେ ଵୁଲିବାକୁ ଅମାନିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ନିଜ ଜୀବନ ପ୍ରତି ବାଜିଲଗାଇ ଲୋକଙ୍କୁ କରୋନା ମହାମାରୀରୁ ରକ୍ଷା କରିବା ନିମନ୍ତେ ପୋଲିସ୍ ଯେପରି ମାନବ ସେଵା କରିଚାଲିଛନ୍ତି ତାହାହିଁ ଈଶ୍ବର ସେଵାରେ ପରିଗଣିତ ହେଉଛି। ଭଗବାନ ସେମାନଙ୍କୁ ସୁସ୍ଥ ରଖନ୍ତୁ, ଜନତାଙ୍କୁ ସେଵା ଯୋଗାନ୍ତୁ।

Breaking News