Report Card Odisha

| Daily Odia News

ଇସ୍ରାଏଲ୍ରେ ଧାର୍ମିକ ‘ଉତ୍ସବାଗ୍ନି’ ରେ ୪୪ ମୃତ, ୧୦୩ ଆହତ…..

Medics and rescue workers attend to the Lag B'Omer event in Mount Meron, northern Israel, where fatalities were reported among the thousands of ultra-Orthodox Jews gathered at the tomb of a 2nd-century sage for annual commemorations that include all-night prayer and dance, at Mount Meron, Israel April 30, 2021. REUTERS/ David Cohen-JINIPIX/ ATTENTION EDITORS - ISRAEL OUT. NO COMMERCIAL OR EDITORIAL SALES IN ISRAEL

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲ୍‌ରେ ଏକ ଧାର୍ମିକ ‘ଉତ୍ସବାଗ୍ନି’ ସ୍ଥଳରେ ଦଳାଚକଟା ଘଟି ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୩ ଆହତ ହୋଇଛନ୍ତି | ଏଭଳି ଘଟଣା ଘଟିଛି ଇସ୍ରାଏଲ୍‌ରେ ଏକ ଧାର୍ମିକ ‘ଉତ୍ସବାଗ୍ନି’ ସ୍ଥଳରେ | ଶୁକ୍ରବାର ଦଳାଚକଟା ଘଟି ଲୋକଙ୍କର ମୃତ୍ୟୁ ଘଟି ଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ଏହି ଅଘଟଣକୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଗୋଟାଏ ବିରାଟ ବିପର୍ଯ୍ୟୟ ବୋଲି କହିଛନ୍ତି। ଦ୍ବିତୀୟ ଶତାବ୍ଦୀର ସନ୍ଥ ରାବ୍‌ବି ସାଇମନ୍‌ ବାର୍‌ ୟୋଚାଇଙ୍କ ସମାଧି ‘ମାଉଣ୍ଟ୍‌ ମେରୋନ୍‌’ରେ ହଜାର ହଜାର ଉଗ୍ର-ରକ୍ଷଣଶୀଳ ଇହୁଦୀ ସମବେତ ହୋଇଥିଲେ। ବାର୍ଷିକ ‘ଲାଗ୍‌ ବି’ଓମେର ପାଳନ ନିମନ୍ତେ ସେଠାରେ ସାରା ରାତି ପ୍ରାର୍ଥନା ଓ ନୃତ୍ୟ ଚାଲିଥିଲା। ସ୍ବାସ୍ଥ୍ୟ ଅଧିକାରୀମାନେ କୋଭିଡ୍-୧୯ ବିପଦ ସୂଚନା ଜାରି କରିବା ସତ୍ତ୍ବେ ହର୍ଷୋତ୍‌ଫୁଲ୍ଲିତ ଜନତା ସେଠାରେ ଗହଳି କରିଥିଲେ। ଏତେ ଗହଳି ନ କରି ଘଟଣାସ୍ଥଳରୁ ଅପସରି ଯିବା ନମନ୍ତେ ସମବେତ ଜନତାଙ୍କୁ ଜଣେ ଆୟୋଜକ ଡାକବାଜି ଯନ୍ତ୍ରରେ କହିବା ପରେ ଦଳଚକଟା ଆରମ୍ଭ ହୋଇଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ‘ମେଗାନ୍‌ ଡେଭିଡ୍‌ ଆଣ୍ଡୋମ୍‌ ଆମ୍ବୁଲାନ୍ସ୍‌ ସେବା’ କହିଛି ଯେ, ବହୁସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିବା ସହ ୧୦୩ଜଣ ଲୋକ ଦଳଚକଟାରେ ଆହତ ହୋଇଥିବା ବେଳ ମୃତ୍ୟୁସଂଖ୍ୟା ୩୮ ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳ‌ରେ ‘ସଟ୍‌ଡାଉନ୍‌’ ଘୋଷଣା କରିବା ସହ ସମବେତ ଜନତାଙ୍କୁ ଚାଲିଯିବାକୁ ଆଦେଶ ଦେଇଥିଲା। ମୃତାହତମାନଙ୍କୁ ସେନା ହେଲିକପ୍ଟର୍‌ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। କୋଭିଡ୍‌-୧୯ କଟକଣା ଯୋଗୁଁ ଗତବର୍ଷ ‘ମାଉଣ୍ଟ୍‌ ମେରୋନ୍‌’ ଉତ୍ସବାଗ୍ନି ନିଷେଧ କରାଯାଇଥିଲା।

Breaking News