ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଋଷ-ୟୁକ୍ରେନରେ ମଧ୍ୟରେ ଭୟଙ୍କର ଯୁଦ୍ଧ | କାରଣ ଋଷକୁ ସବୁଆଡୁ ଆକ୍ରମଣ ପରେ ଏବେ ପାଲଟା ଆଟାକ କରିଛି ୟୁକ୍ରେନ । ଭ୍ଲାଦିମିର ପୁଟିନଙ୍କ ଆକ୍ରମଣ ଜୋରଦାରର ଜବାବ ଦେଇଛି ୟୁକ୍ରେନ୍ । ୟୁକ୍ରେନ ପୂର୍ବାଞ୍ଚଳ ସାମରିକ ଘାଟିରୁ ଋଷ ଉପରୋ ଜୋରଦାର ପ୍ରତି ଆକ୍ରମଣ । ବୋରିସପିଲ, ଓଡୋରନୋମ, କୁଲବାକିନୋମୁ, ଚୁଗ୍ୟୁଏଭ, କ୍ରାମାଟୋରସ୍କ, କ୍ରୋନୋ ବାଇଭିଟସ, ଏବଂ ଓଡର ବିମାନ ବନ୍ଦର ଏବଂ ଘାଟିରୁ ବାଲିଷ୍ଟିକ ଆକ୍ରମଣ କରିଛି ୟୁକ୍ରେନ ସେନା। ୟୁକ୍ରେନ ସେନା ମୁଖ୍ୟ ନିଜେ ଯୁଦ୍ଧ ପରିଚାଳନା କରୁଛନ୍ତି । ସେପଟେ ଲୁହାନସ୍କ ଅଞ୍ଚଳରେ ଋଷର ୫ଟି ଯୁଦ୍ଧ ବିମାନକୁ ଧ୍ୱଂସ କରିଥିବା ଦାବି କରିଛି ୟୁକ୍ରେନ । ସେତିକି ନୁହେଁ ଗୋଟିଏ ହେଲିକପ୍ଟରକୁ ବି ଧ୍ୱସ୍ତ ବିଧ୍ୱସ୍ତ କରିଦିଆଯାଇଛି । ସାମରିକ ତଥା ସୀମା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓଡେଶାରେ ଋଷ ସେନାର ଜୋରଦାର ଉପସ୍ଥିତିକୁ ଅସ୍ୱିକାର କରିଛି ୟୁକ୍ରେନ । ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଋଷ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସାରା ବିଶ୍ୱକୁ ନିବେଦନ କରିଛନ୍ତି । ନଚେତ୍ ୟୁରୋପ ସହ ସାରା ବିଶ୍ୱ ଭୟଙ୍କର ପରିଣତି ଭୋଗିବ ବୋଲି ସେ କହିଛନ୍ତି । ସେପଟେ ଜଳ-ସ୍ଥଳ-ଆକାଶରୁ ଏକକାଳୀନ ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷସେନା । ପାଓ୍ୱାର ଷ୍ଟେସନ, ତୈଳ କୂପ ସହ ଗୁରୁତ୍ୱପୂର୍ଣ୍ଣ ସେନା ଓ ସରକାରୀ କାର୍ଯ୍ୟାନୁଷ୍ଠାନକୁ କରିଛି ଟାର୍ଗେଟ । ସେପଟେ ରାଜଧାନୀ କିଭ୍ରେ ରୁଷ ସୈନ୍ୟ କ୍ରୁଜ ମିସାଇଲ ମାଡ଼ କରୁଥିବାରୁ ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଭାରତ ସରକାର। ୟୁକ୍ରେନ ବିମାନ ସୀମାକୁ ବନ୍ଦ କରି ଦେଇଥିବାରୁ ସେଠାରେ ଥିବା ଭାରତୀୟମାନେ ସ୍ୱଦେଶ କେମିତି ଫେରିବେ, ତା’କୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଏସବୁ ଭିତରେ କିଭ୍ରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକ ଓ ଶିକ୍ଷାର୍ଥୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଦୂତାବାସ ପକ୍ଷରୁ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରମର୍ଶ ଦିଆଯାଇଛି। ସେହିପରି କେହି ବି ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ମଧ୍ୟ ଦୂତାବାସ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।
More Stories
ଭୋଟ୍ ଦେଲେ ରାଷ୍ଟ୍ରପତି,୯ ଟା ସୁଦ୍ଧା ୮.୧୦ ପ୍ରତିଶତ ମତଦାନ…..
ବସ୍ତି ଭିତରକୁ ପଶିଗଲା ମାଲଗାଡ଼ି ଟ୍ରେନ୍…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..