ରିପୋର୍ଟ କାର୍ଡ / କୋରାପୁଟ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନାବେଡ଼ା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ଆଜି ଚଢ଼ାଉ କରିଛି। ଭିଜିଲାନ୍ସ ଟିମ୍ ମନୋଜଙ୍କ ସୁନାବେଡ଼ା ସ୍ଥିତ ଘର ଓ କାର୍ଯ୍ୟାଳୟ, ଗଜପତି ଜିଲ୍ଲା ବି ସୀତାପୁରରେ ଥିବା ସମ୍ପକୀୟ ଘର, ବ୍ରହ୍ମପୁରର ଗଜପତି ନଗର ୪ର୍ଥ ଲାଇନ ଥିବା ନିଜ ଘର, ଭୁବନେଶ୍ୱରର ପୋଖରୀପୁଟରେ ଥିବା ଆପାଟମେଣ୍ଟ୍ ସମେତ ୬ଟି ସ୍ଥାନରେ ରେଡ଼ କରିଛି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର, ବ୍ୟାଙ୍କ ପାସ୍ ବୁକ, ନଗଦ ଟଙ୍କା, ସୁନା ଅଳଙ୍କାର ଓ ବୀମା ନଥିପତ୍ର ଜବତ କରାଯାଇଛି। ମନୋଜଙ୍କର ଏକାଧିକ ସ୍ଥାନରେ ଘର ଥିବା ଜଣାପଡ଼ିଛି। ମନୋଜ ସୁନାବେଡା ପୌରପରିଷଦର ସହକାରୀ ଯନ୍ତ୍ରୀ ଭାବେ ୬ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି। ମନୋଜଙ୍କୁ ଭିଜିଲାନ୍ସ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆଣିଥିବା ଜଣାପଡ଼ିଛି।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..